୭ ଭ୍ୟାକ୍ସିନ ନିର୍ମାତାଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ଦେଶରେ କରୋନା ବିରୋଧୀ ଲଢ଼େଇରେ ଟିକାକରଣ ଅଭିଯାନ ଜୋରଦାର ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୁଦ୍ଧା ୧୦୦ କୋଟିରୁ ଉର୍ଦ୍ଧ୍ୱ ଭ୍ୟାକ୍ସିନ ଡୋଜ୍ ଲଗାଯାଇଛି। ଏହି ଲକ୍ଷ୍ୟକୁ ହାସଲ କରି ଭାରତ ଇତିହାସ ରଚିବାରେ ସଫଳ ହୋଇଛି। ଆଉ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭ଜଣ ଭ୍ୟାକ୍ସିନ ନିର୍ମାତାଙ୍କୁ ଭେଟିବେ ଓ ଭବିଷ୍ୟତର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିବେ। ରିପୋର୍ଟ ମୁତାବକ, ୭ଜଣ ଭ୍ୟାକ୍ସିନ ନିର୍ମାତାଙ୍କୁ ମୋଦୀ ସଂଧ୍ୟା ୭ଟାରେ ଭେଟିବେ। ଏଥିରେ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ, ଭାରତ ବାୟୋଟିକ୍, ରେଡ୍ଡୀଜ ଲାବୋରେଟରୀଜ, ଜାଇଡସ କେଡିଲା, ବାୟୋଲୋଜିକାଲ ଇ, ଜେନ୍ନୋବା ବାୟୋଫାର୍ମା, ଓ ପେନେସିୟା ବାୟୋଟିକର ପ୍ରତିନିଧି ଉପସ୍ଥିତ ରହିବେ।