ଶସ୍ତାରେ ମିଳିବ ଗହମ ଓ ଚାଉଳ

ନୂଆଦିଲ୍ଲୀ: ଆଗାମୀ ଦିନରେ ଚାଉଳ ଓ ଗହମ ଦର କମିପାରେ । ସରକାର ଖୋଲା ବଜାରରେ ଅତିରିକ୍ତ ୫୦ ଲକ୍ଷ ଟନ୍ ଗହମ ଏବଂ ୨୫ ଲକ୍ଷ ଟନ୍ ଚାଉଳ ବିକ୍ରି କରିବେ । ଏହା ଜରିଆରେ ସରକାର ନିଜ ଗୋଦାମରେ ରଖିଥିବା ଗହମ ଓ ଚାଉଳକୁ ବିକ୍ରି କରିବାକୁ ଯାଉଛନ୍ତି । ଏନେଇ ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୧ ତାରିଖରେ ସରକାରଙ୍କ ଗୋଦାମରେ ୨୮.୩ ମିଲିୟନ ମେଟ୍ରିକ ଟନ୍ ଗହମ ଷ୍ଟୋକ ଥିଲା । ବର୍ଷକ ପୂର୍ବରୁ ଯାହାକି ୨୬.୬ ମିଲିିୟନ ମେଟ୍ରିକ ଟନ୍ ଥିଲା ।