ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ା,ଏନ୍ଏନ୍ଏସ୍: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଶୁକ୍ରବାର ଅନଲାଇନରେ କିନ୍ନରଙ୍କ ଅଧିକାର ସମ୍ପର୍କିତ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟି ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ମନୋରଞ୍ଜନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଅଧ୍ୟକ୍ଷ ହିମାଂଶୁଶେଖର ବ୍ରହ୍ମା, ବରିଷ୍ଠ ଦେୱାନୀ ବିଚାରପତି ଶତରୂପା ଶତପଥୀ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମ୍ପାଦକ ମନୋରଞ୍ଜନ ମିଶ୍ର, ରାଜେନ୍ଦ୍ର ପ୍ରସାଦ ଦାସ, ସୁଭାସିନି ବେହେରା, ଶୋଭାନ କୁମାର ପଣ୍ଡା, ଗୁରୁଚରଣ ଜେନାମଣୀ, ଆଦିପତି କଅଁର ପ୍ରମୁଖ ଉପସ୍ଥିତ ଥିଲେ।