ଖୋଲିଲା ଶାବରିମାଳା ମନ୍ଦିର, କାଲିଠୁ ଦର୍ଶନ

ଥିରୁଭବନ୍ତପୁରମ: କରୋନାର ଦ୍ୱିତୀୟ ଲହର ଆତଙ୍କ ପରେ ଭକ୍ତଙ୍କ ପାଇଁ ଖୋଲିଛି ପ୍ରଭୁ ଅୟପ୍ପାଙ୍କ ଶାବରିମାଳା ମନ୍ଦିର। ଆଜି ସନ୍ଧ୍ୟାରୁ ମନ୍ଦିର ଖୋଲାଯାଇଛି। ମାଲାୟଲମ ମାସ କର୍କିଡାମରେ ପାଳନ କରାଯାଉଥିବା ମାସପୂଜା ପାଇଁ ମନ୍ଦିର ଖୋଲାଯାଇଛି। ଶନିବାର ସକାଳୁ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ନେଇ ଅନୁମତି ଦିଆଯିବ।
ତେବେ ମନ୍ଦିର ପ୍ରବେଶ ନେଇ କେତେକ କଟକଣା ରହିଛି। କରୋନା ସମୟରେ ଭାର୍ଚୁଆଲ୍ ମାଧ୍ୟମରେ ଦର୍ଶନ ପାଇଁ ଯେଉଁ ୫ ହଜାର ଶ୍ରଦ୍ଧାଳୁ ସ୍ଲଟ୍ ବୁକିଂ କରିଥିଲେ ସେମାନଙ୍କୁ ମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ।
ସେହିପରି ମନ୍ଦିର ପ୍ରବେଶ ପାଇଁ ୪୮ ଘଣ୍ଟା ମଧ୍ୟରେ କରୋନା ନେଗେଟିଭ୍ ଆରଟିପିସଆର୍ ରିପୋର୍ଟ ଦେବା ସହିତ ଯେଉଁମାନେ ଦୁଇଟି ଡୋଜ୍ ଟିକା ନେଇଥିବା ଲୋକଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯାଇଛି।
ସୂଚନା ଥାଉ କି, ମେ’ ମାସରେ କରୋନାର ଦ୍ୱିତୀୟ ଲହର ପରେ ମନ୍ଦିର କର୍ତ୍ତୃପକ୍ଷ ଭକ୍ତଙ୍କ ପ୍ରବେଶ ନେଇ ବ୍ୟାନ୍ ଲଗାଇଥିଲେ। ସେବେଠାରୁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନିଷେଧ ଥିଲା। ଆଉ ଆଜି ମନ୍ଦିର ଖୋଲିଛି। ଆସନ୍ତାକାଲି(ଶନିବାର ଜୁଲାଇ ୧୭) ସକାଳୁ ଭକ୍ତମାନେ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିପାରିବେ।