ରାଜ୍ୟରେ ୨,୧୮୨ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨,୧୮୨ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୫୮ଜଣ ଓ ସ୍ଥାନୀୟ ସଂକ୍ରମଣ ୯୨୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୫୨ହଜାର ୧୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୧୦, କଟକରୁ ୩୦୮, ଯାଜପୁରରୁ ୧୭୫, ବାଲେଶ୍ୱରରୁ ୧୬୧, ପୁରୀରୁ ୯୪, ଷ୍ଟେଟପୋଲରୁ ୯୩, ମୟୁରଭଞ୍ଜରୁ ୯୨, ଅନୁଗୁଳରୁ ୮୯, ଜଗତସିଂହପୁରରୁ ୮୭, ଭଦ୍ରକରୁ ୭୬, ନୟାଗଡ଼ରୁ ୭୫ ଓ ଢେଙ୍କାନାଳରୁ ୭୦ଜଣ ରହିଛନ୍ତି। ସେହିପରି କେନ୍ଦ୍ରାପଡ଼ାରୁ ୫୫, ସୁନ୍ଦରଗଡ଼ରୁ ୫୪, କେଉଁଝରରୁ ୪୪, କୋରାପୁଟରୁ ୨୮, ମାଲକାନଗିରିରୁ ୨୫, ସମ୍ବଲପୁରରୁ ୨୪, ରାୟଗଡ଼ାରୁ ୨୨, ନବରଙ୍ଗପୁରରୁ ୧୬, ବରଗଡ଼ରୁ ୧୫, କନ୍ଧମାଳରୁ ୧୪, କଳାହାଣ୍ଡି ଓ ସୋନପୁରରୁ ୧୩ ଲେଖାଏଁ, ଝାରସୁଗୁଡ଼ାରୁ ୯, ବୌଦ୍ଧରୁ ୬, ବଲାଙ୍ଗିର ଓ ଗଜପତିରୁ ୪ ଲେଖାଏଁ, ଗଞ୍ଜାମରୁ ୩, ନୂଆପଡ଼ାରୁ ୨ ଓ ଦେଓଗଡ଼ରୁ ଜଣେ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୫୨ହଜାର ୧୧୧ ହୋଇଥିବାବେଳେ ୯ଲକ୍ଷ ୨୫ହଜାର ୫୨୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪,୯୯୨ଜଣଙ୍କର ମୃତ୍ୟୁ ଘଟିଛି ଓ ୨୧ହଜାର ୫୪୦ଜଣ ଚିକିତ୍ସିତ ହେଉଛନ୍ତି।