୪୭୭ ପଦବୀ ପାଇଁ ୧ ଲ୪ ୩୨ ହଜାର ୪୯୬ ଆବେଦନକାରୀ

ପ୍ରଥମ ଥର ପାଇଁ ଆବେଦନ କଲେ ୨୬ କିନ୍ନର

କଟକ: ଜୁନ୍ ୧୨ ତାରିଖରେ ଓଡ଼ିଶା ସବ୍ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା ଓଡ଼ିଶା ପୁଲିସ ବିଭାଗ। ୪୭୭ଟି ସବ୍ଇନ୍ସପେକ୍ଟର ପଦବୀ ପାଇଁ ଜୁନ୍ ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁଲାଇ ୧୫ ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି।
ସବଇନ୍ସପେକ୍ଟର ପଦବୀ ପାଇଁ ମୋଟ୍ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୯୭ ହଜାର ୫୦୬ ଜଣ ପୁରୁଷ ରହିଥିବାବେଳେ ୩୪ ହଜାର ୯୬୪ ଜଣ ମହିଳା ଆବେଦନକାରୀ ରହିଛନ୍ତି। ସବୁଠୁ ବଡ଼ କଥା, ପ୍ରଥମ ଥର ପାଇଁ ରାଜ୍ୟରେ ୨୬ ଜଣ କିନ୍ନର ପୁଲିସ୍ ଏସଆଇ ପଦବୀ ପାଇଁ ଆବେଦନ କରିଛନ୍ତି।