୧୧ରେ କ୍ବାଡ୍ ସମ୍ମିଳନୀ, ସାମିଲ ହେବେ ଜୟଶଙ୍କର

ମେଲବୋର୍ଣ୍ଣ,ଏଜେନ୍ସି: ଚଳିତ ମାସ ୧୧ ତାରିଖ ଅର୍ଥାତ ଆସନ୍ତାକାଲି (ଶୁକ୍ରବାର) ଚତୁର୍ଥ କ୍ବାର୍ଡ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ଆଜିଠୁ ୧୩ ତାରିଖ ଯାଏଁ ଅଷ୍ଟ୍ରେଲିଆ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଭାରତ ସମେତ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକାର ବୈଦେଶିକ ମନ୍ତ୍ରୀ ଏହି ବୈଠକରେ ସାମିଲ ହେବେ।

ଏହି ସମ୍ମିଳନୀରେ କୋରୋନା ମହାମାରୀ, କ୍ରିଟିକାଲ ଟେକ୍ନେଲୋଜି, ଚୀନ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍କରେ ଆଲୋଚନା ହେବ। ଫେବୃଆରୀ ୧୨ରେ ଜୟଶଙ୍କର ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସାକ୍ଷାତରେ ରଣନୀତିକ ଭାଗିଦାରୀ ଓ ଆଞ୍ଚଳିକ ପ୍ରସଙ୍ଗ ନେଇ କାଥାବାର୍ତ୍ତା ହେବାର ସୂଚନା ମିଳିଛି।

ସେପଟେ ଚୀନ ପକ୍ଷରୁ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିୟାନ କହିଛନ୍ତି ଭାରତ ସହିଚ କ୍ବାଡର ସବୁ ସଦସ୍ୟ ରାଷ୍ଟ୍ର ଲୋକମାନଙ୍କୁ ଭୂଆଁ ବୁଲାଉଛି। ଏହି ସବୁ ଦେଶ ଚୀନ ସହ ଶୀତଳ ଯୁଦ୍ଧ ମାନସିକତା ରଖୁଥିବା କହିଛନ୍ତି ମୁଖପାତ୍ର ଝାଓ ଲିଜିୟାନ।