ଜେଲରୁ ମୁକୁଳିବେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଉତ୍ତରପ୍ରଦେଶ: ଲଖୀମପୁର ଖୀରୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଲଖନଊ ବ୍ୟାଞ୍ଚ ଜାମିନ ପ୍ରଦାନ କରିଛନ୍ତି । ଏହି ଆଦେଶ ଜଷ୍ଟିସ ରାଜୀବ ସିଂହଙ୍କ ସିଙ୍ଗଲ ବ୍ୟାଞ୍ଚ ପ୍ରଦାନ କରିଛି । ଜାନୁଆରୀ ୧୮ରେ ଲଖନଊ ବ୍ୟାଞ୍ଚ ଶୁଣାଣୀ ପରେ ଫଇସଲା ସୁରକ୍ଷିତ ରଖିଥିଲେ ।

ସୂଚନାଯୋଗ୍ୟ, ଆଶିଷ ମିଶ୍ରାଙ୍କ ଉପରେ ଲଖୀମପୁର ଖୀରୀ ଜିଲ୍ଲାର ତିକୋନିୟା ଗାଁରେ ଗତ ବର୍ଷ ଅକ୍ଟୋବର ୩ରେ ପ୍ରଦର୍ଶନ କରୁଥିବା କୃଷକଙ୍କୁ ଜିପରେ ଚାପି ମାରି ଦେଇଥିବା ଆରୋପ ଲାଗିଛି । ଉକ୍ତ ଘଟଣାଟି ଏକ ସୁନିୟୋଜିତ ଷଡ଼ଯନ୍ତ୍ର ବୋଲି ଏସଆଇଟି ତଦନ୍ତରୁ ପ୍ରକାଶ ପାଇଛି । ଏସଆଇଟି ଦାଖଲ କରିଥିବା ୫ହଜାର ପୃଷ୍ଠାର ଚାର୍ଜସିଟରେ ଅଜୟ ମିଶ୍ରା ମୁଖ୍ୟ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି ।