ପାନାଜୀ,ଏଜେନ୍ସି: ପାଖେଇ ଆସୁଛି ଗୋଆ ବିଧାନସଭା ନିର୍ବାଚନ। ନିର୍ବାଚନ ତାରିଖ ଯେତିକି ଯେତିକି ପାଖଉଛି ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ପ୍ରଚାର ମଇଦାନ। ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଗୋଆରେ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଆର ମାପୁସା ଠାରେ ଏକ ବିଶାଳ ସମାବେଶ କରିବା ନେଇ ରାଜ୍ୟ ବିଜେପି ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି।
ଗୋଆରେ ପ୍ରଚାର ସରିବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ବୋଡଗେଶ୍ୱର ମୈଦାନରେ ଅପରାହ୍ନ ୫ଟାରେ ଏକ ମେଗା ରାଲିକୁ ସମ୍ବୋଧିତ କରିବେ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ମାପୁସାରେ ବିରାଟ ଆୟୋଜନ ହୋଇଛି। ଏହାସହ ଲୋକଙ୍କୁ ଆକୃଷ୍ଟ କରିବାକୁ ଏକ ପେଣ୍ଡାଲକୁ ସୁନ୍ଦର ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଛି। କୋରୋନା କଟକଣା ମଧ୍ୟରେ ଏହି ସବୁ ବ୍ୟବସ୍ଥା କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
ଆସନ୍ତା ଫେବୃଆରୀରେ ୧୪ରେ ଗୋଆରେ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ପଡିବ। ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ। ସୂଚନା ଥାଉକି, ମାର୍ଚ୍ଚ ୨୦୧୭ରରେ ଭାରତୀୟ ଜନତା ପାର୍ଟି ୧୩ଟି ସିଟ୍ ହାତେଇଥିବା ବେଳେ କଂଗ୍ରେସ ୧୭ଟି ଜିତିଥିଲା।