ନୂଆଦିଲ୍ଲୀ: ଋଷରୁ ଆସିଥିବା ୩ଜଣ ଶ୍ରଦ୍ଧାଳୁ ୟୁକ୍ରେନ ସହ ଜାରି ରହିଥିବା ନିଜ ଦେଶର ଯୁଦ୍ଧକୁ ଶେଷ କରିବା ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଜଣେ ମହିଳାଙ୍କ ସହିତ ୩ ଋଷୀ ନାଗରିକ ଇସ୍କୋନର ସଦସ୍ୟ ବୋଲି ଜଣାପଡ଼ିଛି ।
ସୂଚନାନୁଯାୟୀ, ଉକ୍ତ ୩ ଋଷୀ ନାଗରିକ ଜଗନ୍ନାଥ ମନ୍ଦିରର ସିଂହ ଦ୍ୱାରରେ ବସି ୟୁକ୍ରେନ ଲୋକଙ୍କ ସୁରକ୍ଷା ପାଇଁ ପୂଜା କରିଥିଲେ । ଏମାନଙ୍କୁ ମନ୍ଦିରରେ ପ୍ରସ୍ତୁତ ହୋଇଥିବା ମହାପ୍ରସାଦ ଦିଆଯାଇଥିଲା ।