ଶୀତକାଳୀନ ପାରାଅଲମ୍ପିକ୍ସରେ ଋଷ ଓ ବେଲଋଷ ଆଥଲେଟଙ୍କ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ପାରାଅଲମ୍ପିକ ସମିତି(ଆଇପିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ନିଷ୍ପତ୍ତିକ୍ରମେ ଆଇପିସି ବେଜିଂରେ ହେବାକୁ ଥିବା ୨୦୨୨ ଶୀତକାଳୀନ ପାରାଅଲମ୍ପିକ୍ସରେ ଋଷ ଓ ବେଲଋଷ ଆଥଲେଟଙ୍କ ଉପରେ ବ୍ୟାନ ଲଗାଇଛି ।

ସୂଚନାଯୋଗ୍ୟ, ଆଇପିସି ପ୍ରଥମେ ଋଷ ଓ ବେଲଋଷ ଆଥଲେଟଙ୍କୁ ପାରାଅଲମ୍ପିକ୍ସରେ ଭାଗ ନେବା ପାଇଁ ଅନୁମତି ପ୍ରଦାନ କରିଥିଲା । କିନ୍ତୁ ନିଜ ଦେଶ ଓ ପତାକାକୁ ଉପଯୋଗ ନ କରିବାକୁ ଆଦେଶ ଦେଇଥିଲା । ପରେ ଆଇପିସିକୁ ନିଜର ଏହି ନିଷ୍ପତ୍ତି ପାଇଁ ଆଲୋଚନା ଶିକାର ହେବାକୁ ପଡ଼ିଥିଲା । ସେଥିପାଇଁ ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ବଦଲାଇବାକୁ ଆଇପିସି ବାଧ୍ୟ ହୋଇଥିଲା ।