ନୂଆଦିଲ୍ଲୀ: ୟୁକ୍ରେନର ଖାରକିଭରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୧୭୦୦ ଭାରତୀୟ ଛାତ୍ର ଋଷ ଅଭିମୁଖେ ଅଗ୍ରସର ହୋଇଛନ୍ତି । ଉକ୍ତ ଛାତ୍ର ତାଙ୍କ ଜିନିଷ ରାସ୍ତାରେ ଫିଙ୍ଗି ଦେଇ ତ୍ରିରଙ୍ଗା ସହ ଋଷ ଅଭିମୁଖେ ବାହାରିଛନ୍ତି । ଭୋକ ଉପାସରେ ଚାଲି ଚାଲି ଏମାନେ ପାଖାପାଖି ୪୦ କିମି ଅତିକ୍ରମ କରି ସାରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଯୁଦ୍ଧରେ ପ୍ରାଣ ହରାଇଥିବା ନବୀନଙ୍କ ଗାଁର ୨ଜଣ ଛାତ୍ର ଅମିତ ଓ ସୁମନ ୨୦ କିମି ଅତିକ୍ରମ କରି ଗୋଟିଏ ସ୍କୁଲରେ ରାତି ବିତାଇଥିବା କଥା ଗତକାଲି ପରିବାରକୁ ଜଣାଇଛନ୍ତି । ତାଙ୍କ ପାଖରେ ଖାଦ୍ୟପେୟର ଆଉ କୌଣସି ଜିନିଷ ମହଜୁଦ ନାହିଁ । ଯଦି ସେମାନେ ଆଉ ୨୦ କିମି ଚାଲି ଲକ୍ଷ୍ୟସ୍ଥଳୀରେ ପହଞ୍ଚି ଯାଆନ୍ତି ତେବେ ସେମାନଙ୍କୁ ଋଷ ସହଯୋଗରେ ଉଦ୍ଧାର କରାଯାଇ ପାରିବ ।