ତୃତୀୟ ବିଶ୍ୱ ଯୁଦ୍ଧକୁ ନେଇ ସଜାଗ କଲା ଋଷିଆ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଦିନକୁଦିନ ଘାତକ ହେବାରେ ଲାଗିଛି । ଏଥିରେ ସୈନିକଙ୍କ ସମେତ ଅନେକ ଋଷ ନାଗରିକ ପ୍ରାଣ ହରାଇଛନ୍ତି । ଇତିମଧ୍ୟରେ ଋଷ ବୈଦେଶିକ ମନ୍ତ୍ରୀ ସର୍ଜଇ ଲବରୋବ ଏକ ବଡ଼ ବୟାନ ଦେଇଛନ୍ତି ।

ବୈଦେଶିକ ମନ୍ତ୍ରୀ ସର୍ଜଇ ଲବରୋବ କହିଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ପରମାଣୁ ବୋମାର ବ୍ୟବହାର କରାଯିବ । ଆଉ ଏହା ସମ୍ପୂର୍ଣ୍ଣ ରୂପେ ବିନାଶକାରୀ ସାବ୍ୟସ୍ତ ହେବ । ଗତ ସପ୍ତାହ ୟୁକ୍ରେନ ବିରୋଧରେ ଋଷିଆ ସ୍ୱତନ୍ତ୍ର ମିଲିଟ୍ରି ଅପରେସନ ଆରମ୍ଭ କରିଥିଲା । ଯଦି ୟୁକ୍ରେନ ନ୍ୟୁକ୍ଲିୟର ହଥିୟାର ହାସଲ କରିନିଏ ତେବେ ଋଷିଆ ପାଇଁ ଏହା ଘାତକ ହେବ ।