ୟୁଏସ୍‌ବିଏମ୍‌’ରେ ପ୍ରୟୋଗାତ୍ମକ କର୍ମଶାଳା ‘ଅପନା ମାର୍ଟ’ ଅନୁଷ୍ଠିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରେଣୀ ଗୃହର ଶିକ୍ଷା ଉତ୍ତମ ଚରିତ୍ର ଗଠନ ଓ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ। କିନ୍ତୁ ସେହି ଶିକ୍ଷା ସହିତ ଏହାର ପ୍ରୟୋଗାତ୍ମକ ଦିଗ ମିଶିଲେ ତାହା ଅର୍ଥ ଉପାର୍ଜନ ଦିଗରେ ସହାୟକ ହୋଇ ବ୍ୟକ୍ତିର ଉନ୍ନତି ସହିତ ଅନୁଷ୍ଠାନର ଅଭିବୃଦ୍ଧିରେ ସାହାଯ୍ୟ କରିଥାଏ। ଏହି ସାରମର୍ମକୁ ପାଥେୟ କରି ଭୁବନେଶ୍ୱରର ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ‘ୟୁନାଇଟେଡ୍ ସ୍କୁଲ୍ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ (ୟୁଏସ୍‌ବିଏମ୍‌)‘ରେ ଏକ ମୀନାବଜାର ‘ଅପନା ମାର୍ଟ’ ଅନୁଷ୍ଠିତ ହୋଇଯାଇଛି।

ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ସୌମ୍ୟକାନ୍ତ ବଳବନ୍ତରାୟ, ଉପଦେଷ୍ଟା ଡ. କାହ୍ନୁ ଚରଣ ସ୍ୱାଇଁ ଓ ଅଧ୍ୟକ୍ଷ ଡ. ସଞ୍ଜୀବ କୁମାର ଦାସ କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ରଛାତ୍ରୀମାନଙ୍କୁ ସୃଜନଶୀତା ଓ ସକାରାତ୍ମକ ପ୍ରତିଯୋଗି ମୂଳକ ଆଭିମୁଖ୍ୟ ନେଇ ଜୀବନରେ ଆଗେଇବା ଲାଗି ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବ୍ୟବସାୟୀକ କ୍ରିୟାଶୀଳତା, ଉପଯୋଗୀତା ଓ ପ୍ରତିଯୋଗିତା ଆଧାରିତ ଉପକାରିତା ସମ୍ପର୍କରେ ମତବିନିମୟ ଓ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ବିଭିନ୍ନ ସୃଜନାତ୍ମକ କ୍ରୀଡ଼ା, ଖାଦ୍ୟ ଦ୍ରବ୍ୟ ଓ ଅନ୍ୟାନ୍ୟ ଉପଭୋକ୍ତା ସାମଗ୍ରୀର ଷ୍ଟଲ୍ ମାଧ୍ୟମରେ ନିଜ ନିଜର ବ୍ୟବସାୟ ମଡେଲ ପ୍ରଦର୍ଶନ କରିଥିବା କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ସମୀର କୁମାର ପାତ୍ରୋ, ପ୍ରଫେସର କୌଳାସ ଚନ୍ଦ୍ର ନାୟକ ଓ ପ୍ରଫେସର ସଂଗ୍ରାମ କେଶରୀ ଦାଶ ଜଣାଇଛନ୍ତି।