୨୨ ଦିନରେ ପହଞ୍ଚିଲା ଋଷ-ୟୁକ୍ରେନ ଯୁଦ୍ଧ: କିଭ୍‌ରେ ମିଜାଇଲ ମାଡ

ନୂଆଦିଲ୍ଲୀ,ଏଜେନ୍ସି: ୨୨ ଦିନରେ ପହଞ୍ଚିଛିଃଷ ୟୁକ୍ରେନ ଯୁଦ୍ଧ। ଗୁରୁବାର ସକାଳୁ ପ୍ରଚଣ୍ଡ ଆକ୍ରମଣ କରି ଋଷ ସେନା। କିଭ ସହରରେ ଥିବା ଏକ ୧୬ ମହଲା କୋଠା ଉପରେ ମିଜାଇଲ ମାଡ କରିଛି।

ଏହି ମିଜାଇଲ ମାଡ ପରେ କୋଠାର ଅନେକ ଅଂଶରେ ନିଆଣ ଲାଗି ଯାଇଥିଲା। ତେବେ କୋଠା ଭିତରେ ଅନେକ ଲୋକ ରହିଥିବା ଜଣାପଡିଛି। କୋଠା ଭିତରୁ ୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର ମଧ୍ୟ କରାଯାଇଛି। ତେବେ ଜଣଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି।

ଅନ୍ତରାଷ୍ଟ୍ରୀୟ କୋର୍ଟ ଅଫ୍ ଜଷ୍ଟିସର ତାଗିଦା ପରେ ବି ସୁଧୁରିଲାନି ଋଷ। ଘୋମାଘୋଟ ଯୁଦ୍ଧ ଭିତରେ ନିଜ ନିଜ ଜୀବନ ବଞ୍ଚାଇବାରୁ ରେଳ ଷ୍ଟେସନ, ବଙ୍କର ସମେତ ଥିଏଟରେ ଆଶ୍ରୟ ନେଇଥିଲେ ହଜାର ହଜାର ୟିକ୍ରେନ ନାଗରିକ। ହେଲେ ଏହାକୁ ମଧ୍ୟ ଛାଡିଲେନି ଋଷ ସେନା।