ଦୁର୍ନୀତି ରୋକିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଆରା ପ୍ରୟାସ

ପଞ୍ଜାବ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ଏକ ନୂଆ ପନ୍ଥା ଆପଣାଇଛନ୍ତି । ସହିଦ ଭଗତ ସିଂଙ୍କ ସହିଦୀ ଦିବସରେ ଦୁର୍ନୀତି ବିରୋଧୀ ହେଲ୍ପଲାଇନ ନମ୍ବର ଜାରି କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଦ୍ୱାରା ପଞ୍ଜାବ ଲୋକ ହ୍ୱାଟ୍ସଆପ୍ ଜରିଆରେ ଦୁର୍ନୀତି ନେଇ ଅଭିଯୋଗ ପଠାଇ ପାରିବେ ।

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏଥିରେ ମୋ ହ୍ୱାଟ୍ସଆପ୍ ନମ୍ବର ରହିବ । ଯଦି କେହି ବି ଆପଣଙ୍କୁ ଲାଞ୍ଚ ମାଗେ ତେବେ ଭିଡିଓ କିମ୍ବା ଅଡ଼ିଓ ରେର୍କଡିଂ କରି ମୋ ପାଖକୁ ପଠାଇଦେବେ । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆହୁରି କହିଛନ୍ତି ଯେ, ମାର୍ଚ୍ଚ ୨୩ରେ ନମ୍ବର ଜାରି କରାଯିବ । ୯୯ ପ୍ରତିଶତ ଭଲ ଲୋକ ଥିବାବେଳେ ମାତ୍ର ୧ ପ୍ରତିଶତଙ୍କ ପାଇଁ ସିଷ୍ଟମ ବିଗୁଡ଼ୁଛି । କର୍ତ୍ତବ୍ୟନିଷ୍ଠ ଅଫିସରଙ୍କ ସହ ମୁଁ ସବୁବେଳେ ଠିଆ ହୋଇଛି । ପଞ୍ଜାବରେ ଏବେ ସାପ୍ତାହିକ ଆଦାୟ ବନ୍ଦ ହେବ । ସାପ୍ତାହିକ ଆଦାୟ ପାଇଁ କେହି ବି ନେତା କୌଣସି ଅଧିକାରୀଙ୍କୁ ହଇରାଣ କରିପାରିବ ନାହିଁ ।