ଆଉ ୩ ଲକ୍ଷ ସୈନିକ ୟୁକ୍ରେନ ପଠାଇବେ ପୁତିନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ବଦଳରେ ବଢ଼ିବାରେ ଲାଗିଛି । ଇତିମଧ୍ୟରେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ଆଉ ୩ଲକ୍ଷ ରିଜର୍ଭ ସୈନିକ ୟୁକ୍ରେନ ପଠାଇବେ ବୋଲି କହିଛନ୍ତି । ଋଷର କ୍ଷେତ୍ରୀୟ ଅଖଣ୍ଡତାରେ ବିପଦ ସୃଷ୍ଟି ହେଲେ ମାସ୍କୋ ଉତ୍ତର ସ୍ୱରୂପ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବ ବୋଲି ମଧ୍ୟ ପୁତିନ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହୋଇଥିଲା । ପଶ୍ଚିମୀ ଦେଶର ଅସ୍ତ୍ର ସହଯୋଗ ବଳରେ ଦୀର୍ଘ ୭ ମାସ ହେବ ୟୁକ୍ରେନ ଯୁଦ୍ଧ ଜାରି ରଖିବା ସହ ଋଷକୁ ଜବାବ ଦେବାରେ ସଫଳ ହୋଇଛି । ସେଥିପାଇଁ କବଜା କରିଥିବା ଅଧିକାଂଶ କ୍ଷେତ୍ରରୁ ଋଷକୁ ହଟିବାକୁ ପଡ଼ିଛି ।

ବ୍ରିଟିଶର ବୈଦେଶିକ ମନ୍ତ୍ରୀ ଗିଲିୟନ କୀଗନ କହିଛନ୍ତି ଯେ, ପୁତିନଙ୍କ ଭାଷଣ ଚିନ୍ତାଜନକ ଏବଂ ଏଥିରେ ସେ ଯେଉଁ ଚେତାବନୀ ଦେଇଛନ୍ତି ତାକୁ ଗମ୍ଭୀରତା ସହକାରେ ନେବା ଉଚିତ ।