୩୮୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମାଲକାନଗିରି: ପଡ଼ିଆ ଥାନା ପୁଲିସ ୩୮୦ କେଜି ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଛତିଶଗଡ଼ର ହୋଇଥିବା ନେଇ ସୂଚନା ମିଳିଛି । ଗଞ୍ଜେଇ ସହ ଏକ ପିକଅପ ଭ୍ୟାନ୍ ମଧ୍ୟ ଜବତ କରାଯାଇଛି । ଏନେଇ ମାଲକାନଗିରି ପୁଲିସ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛି ।