ଋଷ-ୟୁକ୍ରେନ ସଂଘର୍ଷ ଜାରି: ୫ ୟୁକ୍ରେନ ସୈନିକ ନିହତ ନେଇ ଦାବି

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ସଂଘର୍ଷକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ୟୁକ୍ରେନରୁ ଋଷ ପ୍ରବେଶ କରିଥିବା ୫ ୟୁକ୍ରେନ ସୈନ୍ୟକୁ ମାରି ଦିଆଯାଇଥିବା ନେଇ ଋଷ ସେନା ଦାବି କରିଛି । ଉକ୍ତ ଘଟଣାଟି ରୋସ୍ତୋବା କ୍ଷେତ୍ରର ମିତ୍ୟାକିଂସ୍କାୟା ଗାଁରେ ହୋଇଛି ।

ଋଷ ସେନା ପକ୍ଷରୁ କୁହାଯାଇଛି ଯେ, ୨ଜଣ ୟୁକ୍ରେନ ସୈନିକ ବାହନ ଭାଙ୍ଗୁଥିବା ଲୋକଙ୍କୁ କାଢ଼ିବା ପାଇଁ ଋଷରେ ପ୍ରବେଶ କରିଥିଲେ । ଋଷ ଯାଞ୍ଚ ସମିତିର ମୁଖ୍ୟ ଆଲେକଜେଣ୍ଡାର ବେଷ୍ଟ୍ର୍ରିକୋନ ଘଟଣାର ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି ।
ଅନ୍ୟପଟେ ଋଷର ଦାବିକୁ ୟୁକ୍ରେନ ଖାରଜ କରିଦେଇଛି । ଋଷ ଏଭଳି ମିଥ୍ୟା ପ୍ରଚାର ବନ୍ଦ କରୁ ବୋଲି ୟୁକ୍ରେନ କହିଛି । ଆମ ତରଫରୁ ଏମିତି କୌଣସି କାର୍ଯ୍ୟାନୁଷ୍ଠାନର ଯୋଜନା ପ୍ରସ୍ତୁତ ହୋଇନାହିଁ ।