ରୁଷୁଡ଼ା ପଞ୍ଚାୟତ ୭୨ ଘଣ୍ଟା ସଟଡାଉନ

ଦେଓଗାଁ,ଏନ୍ଏନ୍ଏସ୍ : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ରୁଷୁଡ଼ା ଗ୍ରାମପଞ୍ଚାୟତର ଚାଣ୍ଡିପଦର ଗ୍ରାମରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପରେ ରୁଷୁଡ଼ା ସରପଞ୍ଚ ସବିତା ବେହେରା ପଞ୍ଚାୟତକୁ ୭୨ ଘଣ୍ଟା ଅର୍ଥାତ୍ ୧୮ ତାରିଖ ସକାଳ ୧୦ଟାରୁ ୨୧ ତାରିଖ ସକାଳ ୧୦ଟା ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଜରୁରିକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟତକୁ ବନ୍ଦ କରାଯାଇଛି । ଏଥିସହିତ ସମସ୍ତ ନିୟମକୁ ମାନିବା ପାଇଁ ଶ୍ରମତୀ ବେହେରା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।