ୟୁକ୍ରେନ ଆଡ଼କୁ ବଢୁଛି ରୁଷିଆ ସେନା, ଯୁଦ୍ଧ ଆଶଙ୍କା

ମସ୍କୋ,ଏଜେନ୍ସି: କରୋନା ସଂକଟ ମଧ୍ୟରେ ବିଶ୍ୱକୁ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବ? ଋୁଷିଆ ସେନାର ଏକ ଭିଡିଓରୁ ଏଭଳି ବିପଦ ସଂକେତ ମିଳୁଛି। ଭିଡିଓରେ ରୁଷିଆର ସେନା ଗାଡ଼ି, ଟ୍ୟାଙ୍କ ଓ ସୈନ୍ୟ ୟୁକ୍ରେନ ଅଭିମୁଖେ ବାହାରିଛି। ଏହି ଅଭିଯାନରେ ବ୍ୟାପକ ସେନା ସାମିଲ ହୋଇଛନ୍ତି। ଫଳରେ ଏହା ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି।

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ବିବାଦର ସୀମା ଟପିଛି। ନିକଟରେ ଆମେରିକାରୁ ଯୁଦ୍ଧ ସାମଗ୍ରୀ ନେଇ ଏକ କାର୍ଗୋ ଜାହାଜ ୟୁକ୍ରେନ ପହଞ୍ଚିଥିଲା। ଏନେଇ ରୁଷିଆ ଆପତ୍ତି ଆଣିଥିଲା। କାରଣ ୟୁକ୍ରେନ ଓ ଆମେରିକା ମଧ୍ୟରେ ଥିବା ସଂପର୍କ ନେଇ ରୁଷିଆ ପୂର୍ବରୁ ଚିନ୍ତିତ ଥିଲା। ଫଳରେ ଆମେରିକାର ଅଧିକାରୀମାନେ ଚିନ୍ତା କରୁଥିଲେ ଯେ, ଏହି ଅମଙ୍ଗ କାରଣରୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ସୃଷ୍ଟି ହୋଇପାରେ।