ବନ୍ଧୁକ ଦେଖାଇ ଲୁଟ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମୋଟେରରେ ଏକ ବଡ଼ ଧରଣର ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତ୍ରିରେ ୫ ଜଣ ଦୁର୍ବୃତ୍ତ ମୋଟେରର ଯଯାତି ପଟ୍ଟଯୋଶୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ଲୁଟ କରିଛନ୍ତି। ଘଟଣାସ୍ଥଳରେ କୋକସରା ଥାନା ଓ ମୋଟେର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି।

ସୂଚନାନୁଯାୟୀ, ଗତକାଲି ରାତିରେ କୋକସରା ଥାନା ଅନ୍ତର୍ଗତ ମୋଟେରରେ ଥିବା ଯଯାତି ପଟ୍ଟଯୋଶୀଙ୍କ ନିଛାଟିଆ ଘରକୁ ଡକାୟତମାନେ ଟାର୍ଗେଟ କରିଥିଲେ। ୫ ଜଣ ଦୁର୍ବୃତ୍ତ ଯଯାତିଙ୍କ ଘର ପଛପଟ ରାସ୍ତା ଦେଇ ପଶି ବନ୍ଧୁକ ଦେଖାଇ ୪୦ ତୋଳା ସୁନା, ଦୁଇଟି ମୋବାଇଲ, ଏଲଇଡି ଟିଭି ଓ ଗୋଟିଏ ବୁଲେଟ ଗାଡ଼ି ନେଇଯାଇଛନ୍ତି। ଲୁଟ୍ ପରେ ପରିବାରର ସମସ୍ତଙ୍କୁ ବାହାର ପଟୁ ତାଲା ଦେଇଥିଲେ ଡକାୟତ। ତେବେ କୌଣସି ପ୍ରକାରେ ଘର ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କୋକସରା ଥାନା ଓ ମୋଟେର ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ କରୁଛି।