ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଉ ୩ ଦିନ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି ଯାହାକୁ ନେଇ ସବୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆଜି ପୁଣି ଜାରି ହୋଇଛି ନୂଆ ର୍ସକୁଲାର। ଆଜି ଭିସି ଜରିଆରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଭର୍ଚୁଆଲ ବୈଠକ କରି ଏହି ର୍ସକୁଲାର ଜାରି କରିଛନ୍ତି।
ଏଥିରେ କୁହାଯାଇଛି ଯେ ଭୋଟ ପ୍ରଚାର ସାରିବା ପରେ ଭୋଟ ହେଉଥିବା ଅଞ୍ଚଳରେ ଅନ୍ୟ ଅଞ୍ଚଳର ଲୋକ କିମ୍ବା କୌଣସି ଦଳର ନେତା ରହିପାରିବେ ନାହିଁ। ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ବାହାର ଅଞ୍ଚଳର ଲୋକ ନିର୍ବାଚନ ହେଉଥିବା ଅଞ୍ଚଳ ଖାଲି କରିବା ପାଇଁ ନିର୍ଦେଶ ରହିଛି।
ଏହା ସହିତ ସମ୍ବେଦନଶୀଳ ବୁଥ୍ କୁ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ଉଭୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନକୁ ନେଇ ଆଜି ବୈଠକରେ ସବିଶେଷ ଆଲୋଚନା ହୋଇଥିବା ସୂଚନା ମିଳିଛି।