ରାଉରକେଲା-ଝାରସୁଗୁଡ଼ା-ରାଉରକେଲା ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ

ଝାରସୁଗୁଡ଼ା,କିର୍ମିରା,ଏନ୍ଏନ୍ଏସ୍: ଦୀର୍ଘ ଦିନରୁ ବନ୍ଦ ରହିଥିବା ରାଉରକେଲା ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ ଚଳାଚଳ ଆଜିଠୁ ଆରମ୍ଭ ହୋଇଛି। ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ଡିଭିଜନ ଅଧୀନସ୍ଥ ରାଉରକେଲା ଝାରସୁଗୁଡ଼ା ପାସେଞ୍ଜର ସ୍ପେଶାଲ ଟ୍ରେନ ୬୮୬୦୧ (ଅପ)ରାଉରକେଲାରୁ ସକାଳ ୮.୨୦ରେ ଛାଡ଼ି ଝାରସୁଗୁଡ଼ାରେ ୧୦ଟା ୫୦ରେ ପହଞ୍ଚିଛି। ପୁଣି ଝାରସୁଗୁଡ଼ା(ଡାଉନ)ରୁ ସକାଳ ୧୧.୧୫ରେ ଛାଡ଼ି ରାଉରକେଲାକୁ ଅପରାହ୍ଣ ୧.୪୫ରେ ପହଞ୍ଚିଛି। ଏହି ଟ୍ରେନର ଚଳାଚଳ ପୁଣି ଆରମ୍ଭ ହୋଇଥିବାରୁ ଧୁତରା, ଅର୍ଡା, ସାରସମାଳ, ସାରସପାଳି ସିଆଲରମା, ବନ୍ଦପାଳି, କିର୍ମିରା, ଲଇକେରା, ସାହାସପୁର, ବାଗଡ଼ିହି, ବାମରା, ଧୁରୁଆଡ଼ିହି, ଗଡ଼ପୋଷ, କୁଚିଣ୍ଡା, କାନସବାହାଳ, କଲୁଙ୍ଗା, ଟାଙ୍ଗରମୁଣ୍ଡା, ସାଗ୍ରା, ରାଜଗାଙ୍ଗପୁର, ପାନପୋଷ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାବାସୀ ଉପକୃତ ହେବେ।