ଇନ୍‌ଷ୍ଟାଗ୍ରାମ୍‌ରେ ରୋନାଲ୍ଡୋଙ୍କ ୩୦ କୋଟି ଫଲୋଅର୍ସ

ନୂଆଦିଲ୍ଲୀ,ଏଜେନ୍ସି: ପର୍ତ୍ତୁଗାଲର ଷ୍ଟାର୍ ଷ୍ଟ୍ରାଇକର୍ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଇନଷ୍ଟ୍ରାଗ୍ରାମ୍ ଫଲୋଅର୍ସ ସଂଖ୍ୟା ୩୦ କୋଟିରେ ପହଞ୍ଚିଛି। ଫଳରେ ଏହି କ୍ଷେତ୍ରରେ ସେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି। ସୋସିଆଲ୍ ମିଡିଆର ଏହି ପ୍ଲାଟଫର୍ମରେ ୨୦ କୋଟି ଫଲୋଅର୍ସ ପହଞ୍ଚିବାରେ ରୋନାଲ୍ଡୋ ମଧ୍ୟ ପ୍ରଥମ ବ୍ୟକ୍ତି ଥିଲେ। ଚଳିତ ସପ୍ତାହ ପ୍ରାରମ୍ଭରେ ୟୁରୋ-୨୦୨୦ର ଉଦଘାଟନୀ ମ୍ୟାଚରେ ହଙ୍ଗେରୀ ବିପକ୍ଷରେ ୨ଟି ଗୋଲ୍ (୧୦ମ ଓ ୧୧ଶ) କରି ପର୍ତ୍ତୁଗାଲ୍ ଅଧିନାୟକ ରୋନାଲ୍ଡୋ ୟୁରୋପିଆନ୍ ଚାମ୍ପିଅନ୍‌ସିପ୍‌ ଇତିହାସରେ ସର୍ବକାଳୀନ ଟପ୍ ସ୍କୋରର୍ ରେକର୍ଡ ଅଧିକାରୀ ହୋଇଥିଲେ।

୫ମ ଥର ପାଇଁ ମଙ୍ଗଳବାର ୟୁରୋପିଆନ୍ ଚାମ୍ପିଅନ୍‌ସିପ୍‌ ଖେଳିଥିବା ରୋନାଲ୍ଡୋ ଫ୍ରାନ୍ସର ମାଇକେଲ୍ ପ୍ଲାଟିନିଙ୍କ ସର୍ବକାଳୀନ ସର୍ବାଧିକ ୯ ଗୋଲ୍ ରେକର୍ଡକୁ ଅତିକ୍ରମ କରିଥିଲେ। ସେହିପରି ମେଜର ଟୁର୍ଣ୍ଣାମେଣ୍ଟ (ବିଶ୍ୱକପ୍ ଓ ୟୁରୋ)ରେ ପର୍ତ୍ତୁଗାଲ୍ ପକ୍ଷରୁ ଗୋଲ୍ ସ୍କୋର୍ କରିବାରେ ରୋନାଲ୍ଡୋ ବୟସ୍କ ଖେଳାଳି ହୋଇଛନ୍ତି। ୩୬ ବର୍ଷ ୧୩୦ ଦିନରେ ସେ ଏହି ଗୋଲ୍ କରିଥିଲେ।