ପିପିଏଫ ସମେତ ଅନେକ ଯୋଜନା ଉପରେ ସୁଧ ହାର ହ୍ରାସ

ନୂଆଦିଲ୍ଲୀ: ମହାମାରୀ କୋରୋନା କାଳରେ ପୂର୍ବରୁ ହିଁ ଆର୍ଥିକ ସଙ୍କଟର ସାମ୍ନା କରିଆସୁଥିବା ସାଧାରଣ ଜନତାଙ୍କୁ ଆଉ ଏକ ଝଟକା। ଆର୍ଥିକ ବର୍ଷ ୨୦୨୧-୨୨ରେ ସ୍ୱଳ୍ପ ସଞ୍ଚୟ ଯୋଜନା ସମେତ ଅନେକ କ୍ଷେତ୍ରରେ ସୁଧ ହ୍ରାସ କରିଛନ୍ତି କେନ୍ଦ୍ର ସରକାର।

ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧ ହାରକୁ ୪ ପ୍ରତିଶତରୁ ୩.୫ ପ୍ରତିଶତକୁ ହ୍ରାସ କରିଛି କେନ୍ଦ୍ର ସରକାର। ନୂତନ ସୁଧହାର ଏପ୍ରିଲ ପହିଲାରୁ ଲାଗୁ ହେବ। ଏପ୍ରିଲ ୧ରୁ ପ୍ରଥମ ତ୍ରୈମାସିକ ପାଇଁ ଲାଗୁ ହେବ ସଂଶୋଧିତ ସୁଧ ହାର। ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ୍‌ (ପିପିଏଫ)ରେ ବଡ କାଟଛାଟ କରିଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ। ବର୍ତ୍ତମାନ ପିପିଏଫ ଉପରେ ବାର୍ଷିକ ସୁଧ ୭ ପ୍ରତିଶତରୁ ୬.୪ ପ୍ରତିଶତକୁ ଖସି ଆସିଛି। ୪୭ ବର୍ଷ ପରେ ପ୍ରଥମ ଥର ପାଇଁ ସରକାର ପିପିଏଫ ଉପରେ କମ୍ ସୁଧ ଦେବେ। ଏହା ବ୍ୟତୀତ କେନ୍ଦ୍ର ଏକ ବର୍ଷର ଜମା ଉପରେ ସୁଧକୁ ୫.୪ ପ୍ରତିଶତରୁ ୪.୪ ପ୍ରତିଶତକୁ ହ୍ରାସ କରିଛି।