ଭାରତୀୟ ଓପ୍ନର ରୋହିତ ଶର୍ମା ଟି-୨୦ କ୍ରିକେଟ୍ରେ ୯ ହଜାର ରନ୍ ପୂରଣ କରିଛନ୍ତି। ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ଖେଳାଳି ଭାବରେ ରୋହିତ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ଚତୁର୍ଥ ଟି-୨୦ର ପ୍ରଥମ ଓଭରରେ ରୋହିତ ୧୧ ରନ୍ ସଂଗ୍ରହ କରିବା ସହିତ ଟି-୨୦ରେ ୯ ହଜାର ରନ୍ ପୂରଣ କରିଥିଲେ। ଏହା ସହିତ ଆନ୍ତର୍ଜାତୀୟ ଟି-୨୦ରେ ରୋହିତ ୨୮୦୦ ରନ୍ ପୂରଣ କରିଛନ୍ତି। ୧୧୦ଟି ମ୍ୟାଚରୁ ୩୨.୪୧ର ହାରାହାରି ଓ ୧୩୮.୩୬ର ଷ୍ଟ୍ରାଇକରେଟ୍ ସହିତ ୨୮୦୦ ରନ୍ ସଂଗ୍ରହ କରିଛନ୍ତି ରୋହିତ। ଟି-୨୦ରେ ସମୁଦାୟ ୩୪୨ଟି ମ୍ୟାଚ୍ ଖେଳି ୧୩୩.୩୬ର ଷ୍ଟ୍ରାଇକରେଟରେ ୯୦୦୧ ରନ୍ କରିଛନ୍ତି। ଏହା ମଧ୍ୟରେ ୬ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରୋହିତ ଜାନୁଆରୀରେ ତୃତୀୟ ଦ୍ରୁତତମ ଖେଳାଳି ଭାବରେ ଦିନିକିଆରେ ୯ ହଜାର ରନ୍ ପୂରଣ କରିଥିଲେ।