Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମହାପ୍ରଭୁଙ୍କ ୩୫ ହଜାର ଏକର ଜମି ବିକ୍ରି ହେଉନାହିଁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମହାପ୍ରଭୁଙ୍କ ୩୫ ହଜାର ଏକର ଜମି ବିକ୍ରି ହେଉନାହିଁ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ କ୍ଷୋଭ ପ୍ରକଶ କରିଥିଲେ। ଫଳରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ଜମି ବିକ୍ରି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ତାହାକୁ ମନଗଢ଼ା ଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରକାଶ କରିଛି। ଗୁରୁବାର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ଦସ୍ତଖତରେ ଏହି ସ୍ପଷ୍ଟୀକରଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରାଯାଇଛି। ସେ କହିଥିଲେ, ମହାପ୍ରଭୁଙ୍କ ନାମରେ ଥିବା ଜମିଗୁଡ଼ିକ ବିଭିନ୍ନ ସମୟରେ ବନ୍ଦୋବସ୍ତ ହୋଇଛି। ୨୦୦୧ରୁ ୨୦୧୧ ମଧ୍ୟରେ ୨୯୧ ଏକର ଜମି ବନ୍ଦୋବସ୍ତ କରାଯାଇଥିଲା। ପୁଣି ୨୦୧୧ରୁ ୨୦୨୧ ମଧ୍ୟରେ ୯୬ ଏକର ଜମି ବନ୍ଦୋବସ୍ତ ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ପରିଚଳାନା କମିଟିର ନିଷ୍ପତ୍ତି କ୍ରମେ ଏସବୁ ଜମିରେ ଜନସ୍ୱାର୍ଥ୍ୱ ଦୃଷ୍ଟିରୁ ଭିତ୍ତିଭୂମି ବିକାଶ କରାଯାଇଛି। ବିଶେଷ କରି ରାସ୍ତା, ମେଡିକାଲ କଲେଜ୍ ଓ ବିଦ୍ୟାଳୟ ଆଦି ନିର୍ମାଣ ହୋଇଛି।
ମୁଖ୍ୟ ପ୍ରଶାସକ କହିଥିଲେ, ମହାପ୍ରଭୁଙ୍କ ମୂଲ୍ୟବାନ ଜମିସବୁ ବିଭିନ୍ନ ବ୍ୟକ୍ତିଙ୍କ କବଜାରେ ଥିଲା। ଏହି ଜବରଦଖଲ ଜମିକୁ ଶ୍ରୀମନ୍ଦିର ପରିଚଳାନା କମିଟି ଦ୍ୱାରା ଏକୀକୃତ କରାଯାଇଥିଲା। ୨୦୦୩ରେ ହୋଇଥିବା ‘ୟୁନିଫାଏଡ୍ ପଲିସି’ ଦ୍ୱାରା ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ସୁରକ୍ଷା ଦେବା ସମ୍ଭବ ହୋଇଥିଲା। ସେଥିପାଇଁ ଜମି ସବୁ ବନ୍ଦୋବସ୍ତ କରାଯାଇଛି । ଏଭଳି ସ୍ଥିତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ହୋଇଛି ବୋଲି ମିଥ୍ୟା ତଥ୍ୟ ପ୍ରଚାର କରିବା ଦୁଃଖର ବିଷୟ। କୋ÷ଣସି ଜମି ବିକ୍ରି ହୋଇ ନାହିଁ। ପ୍ରଚାରିତ ତଥ୍ୟ ଭୁଲ ଓ ବିଭ୍ରାନ୍ତକାରୀ। ତେଣୁ ଜମି ବନ୍ଦୋବସ୍ତ ପ୍ରକ୍ରିୟାରେ ଅଣାଯାଇଥିବା ସ୍ୱଚ୍ଛତା ଓ ସମାନତା ବାଧାପ୍ରାପ୍ତ ହେବ ବୋଲି ସେ କହିଥିଲେ। ଦ୍ୱିତୀୟରେ କୋଟି କୋଟି ଶ୍ରୀଜଗନ୍ନାଥ ପ୍ରେମୀ ଓ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ଠିକ ହେଉନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।