ରୋଜର ବିନ୍ନୀ ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡରେ ବଡ଼ ପରିବର୍ତ୍ତନ ହୋଇଛି । ୧୯୮୩ ୱାର୍ଲ୍ଡ କପ୍ ବିଜେତା ଟିମର ସଦସ୍ୟ ରୋଜର ବିନ୍ନୀ ବିସିସିଆଇର ୩୬ତମ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଛନ୍ତି । ମୁମ୍ବାଇରେ ହୋଇଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ବିନ୍ନୀଙ୍କୁ ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ରୋଜର ବିନ୍ନୀ ବିସିସିଆଇର ଆଗାମୀ ଅଧ୍ୟକ୍ଷ ହେବେ ବୋଲି ଗତ ସପ୍ତାହରେ ହିଁ ସ୍ପଷ୍ଟ ହୋଇଯାଇଥିଲା। ଗତ ସପ୍ତାହରେ ଦିଲ୍ଲୀରେ ବିସିସିଆଇ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ରୋଜର ବିନ୍ନୀ ନୋମିନେସନ ଫାଇଲ କରିଥିଲେ । ବିନ୍ନୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବା ପାଇଁ କେହି ନୋମିନେସନ ଫାଇଲ କରିନଥିବାରୁ ସେ ନିର୍ଦନ୍ଦ୍ୱରେ ବିଜୟୀ ହୋଇଛନ୍ତି ।