ନୋବକ ଜୋକୋବିକକୁ ହରାଇ ଏଟିପିର ସେମିଫାଇନାଲରେ ରୋଜର ଫେଡରର

ଲଣ୍ଡନ,ଏଜେନ୍ସି: ଲଣ୍ଡନରେ ସୁଇଜରଲ୍ୟାଣ୍ଡର ରୋଜର ଫେଡରର ସର୍ବିଆର ନୋବକ ଜୋକୋବିକକୁ ହରାଇ ଏଟିପି ବିଶ୍ୱ ଟୁରର ସେମିଫାଇନାଲରେ ପହଞ୍ଚିଛନ୍ତି। ଏଥି ସହିତ ଟେନିସ ଖେଳରେ ତୃତୀୟ ସ୍ଥାନରେ ଥିବା ରୋଜର ଫେଡରର ଦ୍ୱିତୀୟ ସ୍ଥାନରେ ଥିବା ନୋବକ ଜୋକୋବିକକୁ ୭୩ରେ ୬-୪, ୬-୩ରେ ପରାସ୍ତ କରିଛନ୍ତି।

ଅପରପକ୍ଷରେ ବିଶ୍ୱର ନମ୍ବର ୱାନ ଖେଳାଳୀ ସ୍ପେନର ରାଫେଲ ନଡାଲ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଲେ ନାହିଁ, ଫଳରେ ଆଲେକଜାଣ୍ଡାର ଜ୍ୱରେବ ସେମିଫାଇନାଲରେ ନିଜ ସ୍ଥାନ ସୁରକ୍ଷିତ କରିସାରିଛନ୍ତି। ଆଜି ଦ୍ୱିତୀୟ ସେମିଫାଇନାଲ ରୋଜର ଫେଡରର ଓ ସ୍ଟିଫାନୋସ ସିସୀପାସ ମଧ୍ୟରେ ଅନୁଷ୍ଠିତ ହେବ।