ବିଜେପି ବିଧାୟକଙ୍କ ଶୀତକାଳୀନ ଅଧିବେଶନ ତ୍ୟାଗ, କକ୍ଷ ଛାଡି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଲେ

ଭୁବନେଶ୍ଵର,ଏନ୍ଏନ୍ଏସ୍: ବିଧାନସଭାରେ ଶନିବାର ଶୀତକାଳୀନ ଅଧିବେଶନର ୪ର୍ଥ ଦିନ ଆରମ୍ଭ ହୋଇଥିବା ବେଳେ ଗୃହ କାର୍ୟ୍ୟ ଜାରି ରହିଛି। ତେବେ ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟମାନେ ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ପ୍ରତିବାଦ କରିଥିଲେ। ତେବେ ସ୍ପିକର ଏହାର ସମାଧାନ ନ ବାହାର କରି ଅଧିବେଶନକୁ ଆଗକୁ ବଢ଼ାଇଥିବାରୁ ଶନିବାର ବିଜେପି ପକ୍ଷରୁ ସଦସ୍ୟମାନେ ନିଜ ଆସନରେ ଛିଡ଼ା ହୋଇ ନିରବ ପ୍ରତିବାଦ ଚଳାଇଥିଲେ।

ଏଥି ମଧ୍ୟରେ ଗୃହ କାର୍ୟ୍ୟ ଜାରି ରହିଥିଲା। ବାଚସ୍ପତି ବିଜେପି ସଦସ୍ୟମାନଙ୍କୁ ଆସନରେ ବସିଯିବାକୁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନଥିଲେ। ପରେ ସେମାନେ କକ୍ଷ ତ୍ୟାଗ କରି ବାହାରକୁ ଆସି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ପ୍ରତିବାଦ କରିଥିଲେ।