ଫାଇନାନ୍ସ କମ୍ପାନୀରେ କଳାକନା ବୁଲାଇ ଦେଲେ ଦୁର୍ବୃତ୍ତ

କଟକ,ଏନ୍ଏନ୍ଏସ୍: ଦିନ ଦିପହରରେ ବ୍ୟାଙ୍କରେ କଳାକନା ବୁଲାଇ ଦେଲେ ଦୁର୍ବୃତ୍ତ। କଟକ ସ୍ଥିତ ନୟାସଡ଼କ ଆଇଆଇଏଫଏଲ ବ୍ୟାଙ୍କରୁ ଡକାୟତି ହୋଇଥିବା ଜଣାଯାଇଛି। ଉକ୍ତ ବ୍ୟାଙ୍କରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଚୋରି ହୋଇଛି। ୪ ଜଣ ଦୁର୍ବୃତ୍ତ ଏହି ଡକାୟତି କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ କମିସନରେଟ ପୁଲିସ‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟାଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ କେମିତି ଡକାୟତି ହେଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।