ବେଙ୍ଗାଲୁରରେ ଟେକ୍ ସମିଟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିର୍ଚ୍ଚୁଆଲ ମାଧ୍ୟମରେ ବେଙ୍ଗାଲୁରୁର ଟେକ ସମିଟ-୨୦୨୦ର ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପାଞ୍ଚ ବର୍ଷ ପୂର୍ବରୁ ସରକାରଙ୍କ ଦ୍ୱାର ଆରମ୍ଭ ହୋଇଥିବା ଡିଜିଟାଲ ଇଣ୍ଡିଆ ମିଶନକୁ ଆଉ ନିୟମିତ ସରକାରୀ ପଦକ୍ଷେପ ଭାବରେ ଦେଖାଯାଉନାହିଁ, ଏହା ଏକ ଜୀବନ ପଥରେ ପରିଣତ ହୋଇଛି।

ଏଥିସହିତ ସେ ଆହୁରି କହିଛନ୍ତି କି ଧନ୍ୟବାଦ ଡିଜିଟାଲ ଇଣ୍ଡିଆ, ଆମ ଦେଶ ବିକାଶର କେନ୍ଦ୍ରିକ ଆଭିମୁଖ୍ୟର ସାକ୍ଷୀ ହୋଇଛି। ଏହା ଦ୍ୱାରା ଆମ ଦେଶର ନାଗରିକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି ଏବଂ ଏହାର ଲାଭ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଛି।

ସେହିପରି ସରକାର ମଧ୍ୟ ଡିଜିଟାଲ ଓ ଟେକ ସମସ୍ୟାର ସମାଧାନ ପାଇଁ ବଜାର ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ‘ଟେକନୋଲୋଜି ପ୍ରଥମ’ ଆମ ସରକାରର ନୀତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।