ଢଳେଇ ରାସ୍ତା ପାଲଟିଛି ଖଳା

କୁଆଁପାଳ, ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକରେ ଥିବା ବିଭିନ୍ନ ପଞ୍ଚାୟତର ରାଜସ୍ୱ ଗ୍ରାମକୁ ସଂଯୋଗ କରୁଥିବା ଢଳେଇ ରାସ୍ତା ଏବେ ଧାନ ବେଙ୍ଗଳା ଖଳାରେ ପରିଣତ ହୋଇଛି। ଫଳରେ ଯାତାୟାତ କରୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଏହି ରାସ୍ତାରେ ଧାନ ବାଡିଆ ପରେ ଲୋକେ କୁଟା ଗଦା କରି ରାସ୍ତା ଅବରୋଧ କରୁଥିବାବେଳେ ବେଳେ ପ୍ରଶାସନିକ ସ୍ତରରେ କøଣସି ପଦକ୍ଷେପ ନିଆଯାଉନାହିଁ। ନାହାଙ୍ଗ ପଂଚାୟତ ଚକରପୁର ଗ୍ରାମକୁ ସଂଯୋଗ କରୁଥିବା ଢଳେଇ ରାସ୍ତାରେ ଆଣ୍ଠୁଏ ବହଳର କୁଟା ଗଦା ହୋଇଛି।