ପଥପ୍ରାନ୍ତ ନାଟକ ମାଧ୍ୟମରେ ସଡ଼କ ସୁରକ୍ଷା ସଚେତନତା

ପାଟଣା,ଏନ୍ଏନ୍ଏସ୍: ୩୨ ତମ ଜାତୀୟ ସଡ଼କ ସୁରକ୍ଷା ମାସ ୧୮ ଜାନୁଆରୀରୁ ୧୭ ଫେବୃଆରୀ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ପାଟଣା ମୁଖ୍ୟାଳୟ ସରକାରୀ ଉଚ୍ଚ ବିଦ୍ୟାଳୟ ସାହାରପଡାର ହାଟ ପଡିଆ ଓ ତୁରୁମୁଙ୍ଗା ବଜାର ନିକଟରେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ପଥପ୍ରାନ୍ତ ନାଟକ ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ସହକାରୀ ମୋଟର ଯାନ ନିରୀକ୍ଷକ ରମେଶ ଚନ୍ଦ୍ର ପଣ୍ଡା, କନିଷ୍ଠ ମୋଟର ଯାନ ନିରୀକ୍ଷକ କାହ୍ନୁ ଚରଣ ବାନାରା ସମେତ ପୁଲିସ କର୍ମଚାରୀ ସାମିଲ ଥିଲେ। ଭୁବନେଶ୍ୱରର ଚେତନା ଅନୁଷ୍ଠାନର କଳାକାରମାନଙ୍କ ପକ୍ଷରୁ ପଥପ୍ରାନ୍ତ ନାଟକ କରାଯାଇ ଲୋକଙ୍କୁ ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନକରିବା, ଓଭରଲୋଡିଂ ନ ବୋହିବା ଓ ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ ବ୍ୟବହାର କରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି।