ଅଠରନଳା ପୋଲ ଉପରେ ଗାଡି ଚଳାଚଳ ବନ୍ଦ

ପୁରୀ,ଏନ୍ଏନ୍ଏସ୍: ଅଠରନଳା ପୋଲର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଥିବାରୁ ଜିଲ୍ଲା ପ୍ରଶାସନ ସେହି ରାସ୍ତାରୁ ଯାତାୟାତ ପାଇଁ ପ୍ରତିବନ୍ଧକ ଲଗାଇଛି। ପୋଲର ବିଶେଷତ୍ୱ ଓ ଐତିହ୍ୟ ବହନ କରୁଥିବା କୀର୍ତ୍ତିରାଜି ପାଇଁ ତାହା ପ୍ରସିଦ୍ଧ ଅର୍ଜନ କରିଥିବାବେଳେ ବର୍ତ୍ତମାନ ତାହାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେଇଛି।

ପ୍ରତ୍ନତତ୍ତ୍ୱ ବିଭାଗର ରିପୋର୍ଟ ଆଧାରରେ ଆଜିଠାରୁ ଅଠରନଳାକୁ ସମ୍ପୂର୍ଣ୍ଣ ଯାତାୟାତ ବନ୍ଦ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି। ପୋଲର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କାମ କରାଯିବା ନେଇ ଏପରି ନିଷ୍ପତ୍ତି ନିଆଯାଇଛି।