ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ରାଜ୍ୟ ରାଜପଥ ମୁଖ୍ୟ ରାସ୍ତାରେ ଗୋଟିଏ ବିରାଟ ଆମ୍ବ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଗଛ ପଡ଼ିବା ଦ୍ୱାରା ରାସ୍ତାରେ ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ୱରେ ଗାଡ଼ି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏନେଇ ବନ୍ଧଗଡ଼ ଗ୍ରାମବାସୀ ଫିରିଙ୍ଗିଆ ଦମକଳ ବାହିନୀକୁ ଖବର ଦେବାରୁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଦୀର୍ଘ ୩ ଘଣ୍ଟା ପରିଶ୍ରମ ପରେ ରାସ୍ତାରୁ ଗଛ କାଟି ସଫା କରଯାଇଛି । ଗଛ କାଟିବାରେ ବନ୍ଧଗଡ଼ ଗ୍ରାମର କିଛି ଲୋକେ ସହଯୋଗ କରିଥିବାବେଳେ ଅଗ୍ନିଶମ ବାହିନୀର ସରୋଜ କୁମାର ମହାପାତ୍ରଙ୍କ ସହ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।