ସଡକ ଦୁର୍ଘଟଣାରେ ବିଏସଏଫ ଯବାନଙ୍କ ମୃତ୍ୟୁ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ଜଣେ କାର୍ୟ୍ୟରତ ବିଏସଏଫ ଛୁଟିରେ ନିଜ ଘରକୁ ଆସିଥିଲେ । ସେ କୌଣସି ଏକ କାମରେ ପଡୋଶୀ ରାଜ୍ୟ ଛତିଶଗଡ଼ର ସୁକମାକୁ ଯାଇଥିବାବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତେବେ ମୃତ ବ୍ୟକ୍ତି ଜଣଙ୍କର ଘର ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମ ଭି ୨୩ ଗ୍ରାମର ବୋଲି ଜଣାପଡିଛି । ଉକ୍ତ ଗ୍ରାମର ରବିନ ଦାସଙ୍କ ପୁଅ ରଣେନ୍ଦ୍ର ଦାସ ବୋଲି ଜଣାପଡିଛି । ସେ ପ୍ରଥମେ ସିଆଚୀନରେ କାର୍ୟ୍ୟରତ ଥିଲେ ଏବଂ ପରେ ତାଙ୍କୁ ପଞ୍ଜାବକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେ କିଛି କାମରେ ସୁକମାକୁ ଯାଇଥିବା ବେଳେ ଗତକାଲି ମଧ୍ୟାହ୍ନ ସମୟରେ ସେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପରିବାର ବର୍ଗ ଏହା ଦୁର୍ଘଟଣା ହୋଇଥିବା ସ୍ୱୀକାର କରୁନଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ଦାବି କରିଛନ୍ତି । ଏଭଳି ଘଟଣା ବର୍ତ୍ତମାନ ସେହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।