ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍ :  ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୋମବାର ସୁନା ଖଣ୍ଡ ଜବତ କରାଯାଇଛି । ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ।

ସୂଚନା ଅନୁଯାୟୀ, ମାଲେସିଆରୁ ଜଣେ ତାମିଲନାଡୁ ବ୍ୟକ୍ତି ୪୮ ଖଣ୍ଡ ସୁନା ଏକ ହ୍ୟାଣ୍ଡବ୍ୟାଗରେ ଧରି ଆସୁଥିଲେ। ଖବର ପାଇ ଏୟାର ଇଣ୍ଟେଲିଜେନ୍ସ ଉକ୍ତ ବ୍ୟକ୍ତିଙ୍କ ଠାରୁ ସୁନା ଜବତ କରିଥିଲା। ଜବତ ହୋଇଥିବା ୪୮ ଖଣ୍ଡ ସୁନାର ଓଜନ ୨୧୫ ଗ୍ରାମ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି।