ଗ୍ରୀଣ୍ଡୋଲାରେ ସଡ଼କ ଦୁର୍ଘଟଣା, ଜଣେ ଗୁରୁତର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡ଼-ହିମଗିରି ରାସ୍ତା ଗ୍ରୀଣ୍ଡୋଲା ଗ୍ରାମ ନିକଟରେ ଏକ ବାଇକ ଏକ ଚାରି ଚକିଆ ଗାଡ଼ିକୁ ଧକ୍କା ଦେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେ ବଞ୍ଜାରୀ ଗ୍ରାମର ଫୁଲଚନ୍ଦ ମରେଇ ବୋଲି ଲଖନପୁର ଥାନା ଅଧିକାରୀ ଦୁଖୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଫୁଲଚନ୍ଦ ବାଇକ (ଓଡି-୨୩ବି-୦୭୧୨)ରେ ହିମଗିରି ଦେଇ ଯାଉଥିବାବେଳେ ପଛପଟୁ ଏକ କେମ୍ପର ଗାଡି (ଏମପି-୬୬ଜି-୧୯୩୮) ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫୁଲଚନ୍ଦଙ୍କୁ ଗୁରୁତର ଅବସ୍ଥାରେ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅନ୍ୟପଟେ ପୁଲିସ ଆଖପାଖ ସିସିଟିଭି ଯାଞ୍ଚ କରି ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡିକୁ ଠାବ କରିଛି।