Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କରୋନା କାୟା : ୨୪ ଘଣ୍ଟାରେ ସର୍ବାଧିକ ୧୪ ହଜାରରୁ ଉର୍ଦ୍ଧ ନୂଆ ମାମଲା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କରୋନା କାୟା : ୨୪ ଘଣ୍ଟାରେ ସର୍ବାଧିକ ୧୪ ହଜାରରୁ ଉର୍ଦ୍ଧ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା  ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୧୪ ହଜାର ୫୧୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ନୂଆ ମାମଲା ସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦିନକରେ ୯ହଜାର ୧୨୦ ଜଣ ସୁସ୍ଥ ହୋଇଥିବାବେଳେ ୩୭୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ମୋଟ ସୁସ୍ଥ ସଂଖ୍ୟା ୨ଲକ୍ଷ ୧୩ ହଜାର ୩୮୦କୁ ବୃଦ୍ଧି ପାଇଛି।

କରୋନା ସଂକ୍ରମଣ ମାମଲାରେ ଆମେରିକା, ବ୍ରାଜିଲ, ଋଷ ପରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷ ୯୬ ହଜାର ୮୦୯ ରହିଥିବାବେଳେ ବ୍ରାଜିଲରେ ୧୦ଲକ୍ଷ ୩୮ହଜାର ୫୬୮ ଓ ଋଷରେ ୫ଲକ୍ଷ ୬୯ ହଜାର ୬୩ ରହିଛି। ଆମେରିକା ଓ ବ୍ରାଜିଲ ପରେ ଦିନକରେ ସବୁଠୁ ଅଧିକ ମାମଲା ଭାରତରେ ସାମ୍ନାକୁ ଆସୁଛି।

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୪୯ହଜାର ଆକ୍ଟିଭ କେସ ରହିଥିବାବେଳେ କେବଳ ମହାରାଷ୍ଟ୍ରରେ ୫୩ ହଜାରରୁ ଅଧିକ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମହାରାଷ୍ଟ୍ର ପରେ ଦିଲ୍ଲୀ, ତାମିଲନାଡ଼ୁ, ଗୁଜୁରାଟ ଓ ପଶ୍ଚିମବଙ୍ଗ ଯଥାକ୍ରମେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଂଚମ ସ୍ଥାନରେ ରହିଛି। ଏହିି ୫ଟି ରାଜ୍ୟରେ ସବୁଠୁ ଅଧିକ ଆକ୍ଟିଭ କେସ ରହିଛି।