ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ପୁଣି ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୫୦ ଜଣ ସଂଗରୋଧରୁ ଓ ୨୯ ଜଣ ସାଧାରଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ଏନଡିଆରଏରଏଫ୍ କର୍ମଚାରୀ କଲିକତାରୁ ଅମ୍ଫାନ ଡ୍ୟୁଟିରୁ ଫେରିଥିଲେ।

ସେହିପରି ଜିଲ୍ଲାମାନଙ୍କରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ-

ଗଞ୍ଜାମରୁ-୫୭ ଜଣ
ଖୋର୍ଦ୍ଧାରୁ-୨୭ ଜଣ
କେନ୍ଦୁଝରରୁ-୧୮ ଜଣ
କଟକରୁ-୧୫ ଜଣ
ମୟୁରଭଞ୍ଜରୁ-୧୦ ଜଣ
ଅନୁଗୁଳରୁ-୬ ଜଣ
ଭଦ୍ରକ, ରାୟଗଡ଼ା ଓ କେନ୍ଦ୍ରାପଡାରୁ- ୫ ଜଣ ଲେଖାଏଁ
ଜଗତସିଂହପୁରରୁ- ୪ ଜଣ
ଯାଜପୁରରୁ- ୩ ଜଣ
ବରଗଡ଼ ଓ ମାଲକାନଗିରିରୁ- ୨ ଜଣ ଲେଖାଏଁ
ନବରଙ୍ଗପୁର ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ରାଜ୍ୟରେ ମୋଟ ୪,୮୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୨୯୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧,୫୪୩ ଜଣ ଚିକିତ୍ସାଧୀନ ଅଛନ୍ତି।