ପୁଲସକୁ ବଡ଼ ସଫଳତା, ହିଜବୁଲ ମୁଜାହିଦିନର କୁଖ୍ୟାତ ଆତଙ୍କବାଦୀ ରିଆଜ ନାଇକୋର ଏନକାଉଣ୍ଟର 

ପୁଲୱାମା,ଏଜେନ୍ସି: ହିଜବୁଲ ମୁଜାହିଦିନ ଆତଙ୍କୀ ସଂଗଠନର କୁଖ୍ୟାତ ଆତଙ୍କବାଦୀ ରିଆଜ ନାଇକୋର ଆଜି ପୁଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ପୁଲସ ପକ୍ଷରୁ ଏକ ସ୍ୱତନ୍ତ୍ର ଅପରେସନ କରାଯାଇ କୁଖ୍ୟାତ ଆତଙ୍କବାଦୀ ରିଆଜ ନାଇକୋକୁ ଏନକାଉଣ୍ଟର କରିଥିବା ବେଳେ ଏଥିରେ ଆଉ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ପୁଲିସକୁ ବଡ଼ ସଫଳତା ମିଳିଛି।

କାଶ୍ମୀରର ଉପତ୍ୟାକାରେ ହିଜବୁଲ ମୁଜାହିଦିନର ମୁଖ୍ୟ ନେତୃତ୍ୱରେ ରିଆଜ ନାଇକୋ ଥିଲେ। ତେବେ ସେ ଦୀର୍ଘ ୮ ବର୍ଷ ଧରି ପୁଲିସ ଆଖିରେ ଧୁଳି ଦେଇ ବଞ୍ଚିଯାଉଥିଲେ। ଏଥିସହ ତାଙ୍କ ଉପରେ ପୁରସ୍କାର ରାଶି ରହିଥିଲା। ଏହି ପରିପ୍ରେକ୍ଷୀରେ ଗତକାଲି ରାତ୍ରିରେ ରିଆଜ ନାଇକୋ ପୁଲୱାମାର ବିଘୋବୋରା ଗ୍ରାମରେ ଥିବା କୌଣସି ସୂତ୍ରରୁ ପୁଲିସ ଖବର ପାଇଥିଲା। ପରେ ଜାମ୍ମୁ କାଶ୍ମୀର ପୁଲିସ ଡିଜି ଦିଲବାଗ ସିଂ ନିଜ ଅଧ୍ୟକ୍ଷତାରେ ଏକ ଅପରେସନ ଆରମ୍ଭ କରିଥିଲେ। ପରେ ସେ ରିଆଜକୁ ଧରିବା ପାଇଁ ଯାଇଥିଲେ। ସେଠାରେ ପୁଲିସ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେଥିମଧ୍ୟରେ ରିଆଜ ନାଇକୋ ମଧ୍ୟ ଥିଲେ।