ଗୁଗୁଲ୍ ଓ ଆପଲ୍ ମିଶି ବନାଇବେ କଣ୍ଟାକ୍ଟ ଟ୍ରେସିଂ ଆପ୍

ନୂଆଦିଲ୍ଲୀ: କରୋନା ଭାଇରସକୁ ହରାଇବା ପାଇଁ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ପ୍ରୟାସ ଜାରି ରହିଛି। କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଆରୋଗ୍ୟ ସେତୁ ଆପ ଲଞ୍ଚ ହୋଇସାରିଛି। ଆଉ ଏବେ ଦୁଇଟି ଖ୍ୟାତିନାମା କମ୍ପାନୀ ଗୁଗୁଲ ଓ ଆପଲ୍ ମିଶି ଏମିତି ହିଁ ଆଉ ଏକ ଆପ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହାକି କରୋନା ବିରୁଦ୍ଧରେ ଲଢ଼ିବାରେ ସଫଳ ସାବ୍ୟସ୍ତ ହେବ।
ମୋବାଇଲ କମ୍ପାନୀ ଆପଲ୍ ଓ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ କରୋନା ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ଏକ ଆପ୍ ପ୍ରସ୍ତୁତ କରୁଛନ୍ତି। ଏହି ଆପ୍ ଦ୍ୱାରା କରୋନା ରୋଗୀଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ। ଆପର କାର୍ଯ୍ୟକାରିତା ସହ ପ୍ରଥମ ଫଟୋ କମ୍ପାନୀ ତରଫରୁ ଜାରି କରାଯାଇଛି। ଏହା ବ୍ଲୁଟୁଥ୍ ସିଗ୍ନାଲ୍ ଦ୍ୱାରା କାମ କରିବ।