ମିସେସ ଇଣ୍ଡିଆ ରିତାରାଣୀଙ୍କୁ ସମ୍ବର୍ଦ୍ଧନା

ଖଜୁରିପଡା,ବଲସକୁମ୍ପା,ଏନ୍ଏନ୍ଏସ୍: ଗୋଆରେ ମିସେସ ଇଣ୍ଡିଆ ମୁକୁଟ ଜିତି କନ୍ଧମାଳ ଜିଲ୍ଲା ତଥା ରାଜ୍ୟପାଇଁ ଗୌରବ ଆଣିଥିବା ରୀତାରାଣୀ ଜାନୀଙ୍କୁ ତାଙ୍କ ନିଜ ଗ୍ରାମରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରୀତା ଆଜି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ୍ ପିରିକୁଡି ପଞ୍ଚାୟତ ନିଜ ଜନ୍ମମାଟି ଜାଲଙ୍ଗାପଦରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ବାଦ୍ୟ ସହ ପାଛୋଟି ନେଇଥିଲେ। ପରିବାର ସଦସ୍ୟଙ୍କ ପକ୍ଷରୁ ମଧ୍ୟ ରୀତାରାଣୀଙ୍କ ସଫଳତା ପାଇଁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରୀତା ତାଙ୍କର ଏହି ସଫଳତାର ଶ୍ରେୟ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କୁ ଦେଇଛନ୍ତି।