୨୦୨୧-୨୨ ପାଇଁ ବିଧାନସଭାରେ ଆଜି ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇଛି। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଆର୍ଥିକ ବର୍ଷ ୨୦୨୧-୨୨ ଲାଗି ବଜେଟ ଉପସ୍ଥାପନ କରିବେ। ମିଳିଥିବା ସୂଚନା ଅନୁସାରେ ଆଜି ମଣ୍ଡିରେ ଧାନ କିଣା ପ୍ରସଙ୍ଗରେ ଆଲୋଚନା ହେବ ଏବଂ ଅପରାହ୍ଣରେ ବଜେଟ ଉପସ୍ଥାପନ ହେବ ବୋଲି ଚର୍ଚ୍ଚା ହେଉଛି।

ବିଧାନସଭାରେ ଗତ ୨୦ ତାରିଖରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ସେହିପରି ଗତ ୯ ତାରିଖରେ ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟ୍‌କୁ ଅନୁମୋଦନ ମିଳିଥିଲା। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧ ଲକ୍ଷ ୭୦ ହଜାର କୋଟି ବଜେଟ ରଖିପାରନ୍ତି। ଚଳିତ ଆର୍ଥିକ ବର୍ଷ (୨୦୨୦-୨୧)ରେ ଏହା ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା କୋଟି ଟଙ୍କା ଥିଲା।

ବିଧାନସଭାରେ ଆସନ୍ତା ୨୫ରୁ ୨୭ ତାରିଖ ମଧ୍ୟରେ ୩ ଦିନ ଯାଏଁ ସାଧାରଣ ଆଲୋଚନା ଦିନ ଗୃହ କାର୍ଯ୍ୟ ସନ୍ଧ୍ୟା ୭ଟା ଯାଏଁ ଜାରି ରହିବ। ସେହିଭଳି ଗୃହ ବିଭାଗ ଖର୍ଚ୍ଚ ଦାବି ଓ ୨୦୨୧-୨୨ ଆର୍ଥିକ ବର୍ଷ ବ୍ୟୟ ମଞ୍ଜୁରି ବିଲ ପାଇଁ ମାର୍ଚ୍ଚ ୩୧ ତାରିଖରେ ଆଲୋଚନା ହେବ।