ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ୍ ଉପରେ ଋଷର ଆକ୍ରମଣକୁ ୩୮ ଦିନ ପୁରିଲାଣି। ଦୁଇ ଦେଶ ମଧ୍ୟରେ ଏବେବି ଯୁଦ୍ଧ ଜାରି ରହିଛି । ଏବେ ୟୁକ୍ରେନ୍ ମଧ୍ୟ ଋଷ ଉପରେ ଆକ୍ରମଣ କରିବା ଆରମ୍ଭ କରିଛି। ଏଭଳି ସ୍ଥିତିରେ ଏହି ଦୁଇ ଦୋଙ୍କ ବିବାଦକୁ ନେଇ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି।
ବହୁ ଦେଶରେ ହଠାତ୍ ଗ୍ୟାସ ଓ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଘଟିଛି ଏହାକୁ ନେଉ ଆଜି ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆଜି ଏହି ପ୍ରସଙ୍ଗରେ ଏକ ଟ୍ୱିଟ କରି ଆମରେିକା ରାଷ୍ଟ୍ରପତି ଲେଖିଛନ୍ତି ଯେ ବିଶ୍ୱରେ ଦରଦାମ୍ ବୃଦ୍ଧି ପାଇଁ କେବଳ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ହିଁ ଦାୟୀ।
ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିବା ଯୋଗୁ ହିଁ ବିଶ୍ୱରେ ହଠାତ୍ ଗ୍ୟାସ ଓ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଘଟିଛି। ଏହାଛଡା ଗୋଟିଏ ଦିନ ପୂର୍ବରୁ ଇଣ୍ଟରନ୍ୟାସ୍ନାଲ୍ ମନିଟାରି ଫଣ୍ଡ୍’ର ନୂତନ ମୁଖ୍ୟ ଅର୍ଥନୀତିଜ୍ଞ ପାଇର୍-ଅଲିର୍ଭ ଗୋର୍ଣ୍ଣିକାସ୍ କହିଥିଲେ ଯେ, ରୁଷ୍ର ୟୁକ୍ରେନ୍ ଆକ୍ରମଣ ବିଶ୍ୱ ଅର୍ଥନୀତିକୁ ଏଭଳି ଶକ୍ତ ଧକ୍କା ଦେଇଛି ଯାହା ଯୋଜନା ପ୍ରଣେତାଙ୍କ ପାଇଁ ଆଗକୁ ବଡ଼ ଚାଲେଞ୍ଜ୍ ସୃଷ୍ଟି କରିବାକୁ ଯାଉଛି। କାରଣ ବିଶ୍ୱରେ ଅଭିବୃଦ୍ଧିକୁ ସହିତ ମୁଦ୍ରାସ୍ଫୀତି କୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡ଼ିବ।