ଧୋନୀଙ୍କଠୁ ମ୍ୟାଚ ଜିତିବାର ଟ୍ରିକ୍ ଶିଖିଛନ୍ତି ରିଙ୍କୁ ସିଂହ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଯୁବ ବ୍ୟାଟ୍ସମେନ୍ ରିଙ୍କୁ ସିଂହ ଅଷ୍ଟ୍ରେଲିଆ ବିରୋଧରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ଭାରତକୁ ଜିତାଇଛନ୍ତି । ରିଙ୍କୁ ୧୪ଟି ବଲରେ ୨୨ ରନ୍ କରି ଅପରାଜିତ ରହିଥିଲେ । ମ୍ୟାଚ ପରେ ରିଙ୍କୁ ନିଜ ବ୍ୟାଟିଂକୁ ନେଇ କିଛି ଏମିତି ପ୍ରତିକ୍ରିୟା ଦେଇଥିଲେ ।

ରିଙ୍କୁ ସିଂହ କହିଥିଲେ ଯେ, ଖୁବ୍ ଭଲ କଥା ଆମେ ମ୍ୟାଚ୍ ଜିତିଗଲୁ । ମୁଁ ଯେତେବେଳେ ବ୍ୟାଟିଂ କରିବାକୁ ଗଲି ତାହା ମୋ ପାଇଁ ସଠିକ୍ ପରିସ୍ଥିତି ଥିଲା । ଯାହା ମୁଁ ସବୁବେଳେ କରିଆସୁଛି ତାହା କରିବାର ଥିଲା ।

ଏହି ପରିପ୍ରେକ୍ଷୀରେ କ୍ୟାପ୍ଟେନ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କୁ ମନେ ପକାଇ ରିଙ୍କୁ ସିଂହ କହିଥିଲେ ଯେ, ମାହି ଭାଇଙ୍କ ସହ ଥରେ କିମ୍ବା ୨ଥର କଥା ହୋଇଛି । ତମେ ଯେତେ ଶାନ୍ତି ରହିବ ଏବଂ ସିଧା ମାରିବାକୁ ଚେଷ୍ଟା କରିବ ସେତେ ଭଲ ରହିବ ବୋଲି ମାହି ଭାଇ କହିଥିଲେ । ମୁଁ ତାହା ସବୁବେଳେ ଅନୁସରଣ କରିଥାଏ । ମୁଁ କୌଣସି ପ୍ରତିକ୍ରିୟା ଦେଇନଥାଏ । ମୋତେ ଏହା ଲାଭ ଦେଇଥାଏ ।