ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ଜାରୀ ରହିଛି । ନବରଙ୍ଗପୁର ସହର ସଦାଶିବ ମାର୍ଗରେ ଥିବା ଭଡ଼ା ଘର ଓ ଅଫିସ ଚାମ୍ବର ସମେତ ୬ଟି ସ୍ଥାନରେ ଚଢ଼ଉ ଜାରୀ ରହିଛି । ଜୟପୁରସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲାନ୍ସର ଚଢ଼ଉ ହେଉଥିବା ନେଇ ସୂଚନା ମିଳିଛି । ଜୟପୁରରେ ୩ ମହଲା ବିଲ୍ଡିଂ, ନୀୟୁ ଷ୍ଟ୍ରିଟ ଜୟପୁରରେ ୩ ମହଲା ବିଲଡିଂ ଓ ଜୟପୁର ହନାଗୁଡ଼ାରେ ଆଜବେଷ୍ଟସ ପାର୍କିଂ ସେଡ ପ୍ରାରମ୍ଭିକ ଭାବେ ଠାବ କରାଯାଇଛି । ଚଢ଼ଉ ଜାରି ରହିଥିବାରୁ ଅଧିକ ସୂଚନା ମିଳି ପାରିନାହିଁ । ଉକ୍ତ ଚଢ଼ଉ ଡିଏସପି କଳାବତୀ ବାଘ ଓ ସରିତା ତ୍ରିପାଠୀ ସମେତ ୩ଜଣ ଡିଏସପି, ଇନ୍ସପେକ୍ଟର ଆଲୋକ ମହାପାତ୍ରଙ୍କ ସମେତ ୫ଜଣ ଇନ୍ସପେକ୍ଟର, ୬ଜଣ ଏଏସଆଇ ଓ ଷ୍ଟାଫ ଅଂଶଗ୍ରହଣ କରିଛନ୍ତି ।