ରୁଷିଆ ଆକ୍ରମଣରେ ଧ୍ୱଂସ ମାରିୟୁପୋଲକୁ ପୁଣି ଥରେ ନିର୍ମାଣ କରିବେ ୟୁକ୍ରେନ୍‌ର ଏହି ଧନୀ ବ୍ୟକ୍ତି!

ମାରିୟୁପୋଲ,ଏଜେନ୍ସି: ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ଆସୁଛି। ଯୁଦ୍ଧ କାରଣରୁ ୟୁକ୍ରେନ୍‌ର ପ୍ରବଳ କ୍ଷତି ହୋଇସାରିଛି । ୟୁକ୍ରେନ୍‌ର ସବୁଠାରୁ ଧନୀ ବ୍ୟକ୍ତି ରିନତ ଅଖମେତୋଭ ରୁଷିଆର ଆକ୍ରମଣରେ ଧ୍ୱଂସ ହୋଇସାରିଥିବା ମାରିୟୁପୋଲକୁ ପୁଣି ଥରେ ନିର୍ମାଣ କରିବା ପାଇଁ ସଂକଳ୍ପ ନେଇଛନ୍ତି ।

ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଗତ ଫେବ୍ରୁଆରୀ ମାସ ୨୪ ତାରିଖ ଠାରୁ ଆରମ୍ଭ ହୋଇଛି । ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୨୩ ହଜାର ସୈନିକଙ୍କର ମୃତୁ ହୋଇଛି । ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ଏହି ଦାବି କରିଛନ୍ତି । ସେ କହିଛନ୍ତି ଯେ, ରୁଷିଆ ସେନାର ଆକ୍ରମଣରେ ୟୁକ୍ରେନ୍‌ର ୨୦ ହଜାର ସୈନିକ ପ୍ରାଣ ହାରିଛନ୍ତି । ଜବାବରେ ୟୁକ୍ରେନ୍ ୩ ହଜାର ରୁଷୀୟ ସୈନିକଙ୍କୁ ନିହତ କରିଛି । ରୁଷିଆ-ୟୁକ୍ରେନ୍ ଲଢ଼େଇ ମଧ୍ୟରେ ଯୁଦ୍ଧ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି । ଉଦ୍ଧାର କରାଯାଉଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଉଛି । ଯୁଦ୍ଧ ଶେଷ କରିବା ପାଇଁ ଉଭୟ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଛି । ବିଦେଶୀ ରାଷ୍ଟ୍ର ମଧ୍ୟରେ ହସ୍ତକ୍ଷେପ କରିଛି ।

ୟୁକ୍ରେନ୍‌ରୁ ଏଭଳି ଖବର ମଧ୍ୟ ଆସୁଛି ଯେ, ମାରିୟୁପୋଲରେ ଏବେ ଖାଦ୍ୟର ଘୋର ସଂକଟ ଦେଖାଯାଇଛି । ଖାଇବାକୁ ନେଇ ଲୋକଙ୍କର ମୃତ୍ୟୁ ହେଉଛି । ରିନତ ଅଖମେତୋଭଙ୍କ ନିଷ୍ପତ୍ତି ସହରବାସୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତି ଭଳି ଲାଗୁଛି । କାରଣ ୟୁକ୍ରେନ୍‌ର ଏହି ଧନୀ ବ୍ୟକ୍ତି ମାରିୟୁପୋଲରେ ଏକ ଲୁହା କାରଖାନା କରିଛନ୍ତି । ତାଙ୍କ କହିବା ଅନୁସାରେ ୟୁକ୍ରେନ୍‌ର ସେନା ମାରିୟୁପୋଲକୁ ସୁରକ୍ଷା ଦେବେ । ଫୋବର୍ସ ରିପୋର୍ଟ ଅନୁସାରେ ୨୦୧୩ରେ ଅଖମେତୋଭଙ୍କ ମୋଟ ସଂପତ୍ତି ୧୫.୪ ବିଲିୟନ ଡଲାର ଥିଲା । ଏହା ବର୍ତ୍ତମାନ ୩.୯ ବିଲିୟନ ଡଲାର ।